ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ମାଓବାଦୀ ସଫା

ଭୁବନେଶ୍ୱର,୨୦/୦୧: ଛତିଶଗଡ ବିଜାପୁର ଠାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଯାହା ଫଳରେ ପୋଲିସ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକ ମାଓବାଦୀଙ୍କ ମଧ୍ୟରେ ୨ ମହିଳା ରହିଛନ୍ତି । ଏହାସହ ଘଟଣାସ୍ଥଳରୁ ବନ୍ଧୁକ, ଔଷଧ, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ସୂଚନାଯୋଗ୍ୟ ଯେ ବିଜାପୁର ବାସାଗୁଡା ଥାନା ବେଲମଗୁଟ୍ଟା ପାହାଡରେ ବହୁ ମାଓବାଦୀ ଏକାଠି ହୋଇଥିବା ନେଇ ସୂଚନା ମିଳିବା ପରେ ସର୍ଚ୍ଚ  ଅପରେସନ ଆରମ୍ଭ ହୋଇଥିଲା।