ରଜୌରୀରେ ବଡ଼ଧରଣର ଆତଙ୍କୀ ଆକ୍ରମଣ, ୩ ଯବାନ ସହିଦ

ନୂଆଦିଲ୍ଲୀ,୨୧/୧୨: ଜମ୍ମୁ-କଶ୍ମୀର  ସ୍ଥିତ ରଜୌରୀରେ ବଡ଼ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଆତଙ୍କୀ ଆକ୍ରମଣରେ ୩ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ରଜୌରୀ-ଥାନାମଣ୍ଡି-ସୁରନକୋଟ ରାସ୍ତାରେ ଥିବା ସାବନି ଅଂଚଳରେ ଏହି ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା ।