ବାଇକ୍‌କୁ ଧକ୍କା ଦେଲା ବସ୍, ୩ ମୃତ

ଭୁବନେଶ୍ୱର, ୪/୩: କଳାହାଣ୍ଡି ଗୋଲାମୁଣ୍ଡା ଡଙ୍ଗରିଗୁଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ବାଇକ୍‌କୁ ଧକ୍କା ଦେଇଛି ଏକ ବସ୍ । ଘଟଣାସ୍ଥଳରେ ହିଁ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିିିଛି। ସୂଚନାଯୋଗ୍ୟ ଯେ ବାଇକ୍‌ରେ ବସିଥିବା ତୁରେଛଡ଼ା ଗାଁର ବାପା, ମାଆ ଓ ଝିଅ ର ମୃତ୍ୟୁ ଘଟିଛି। କେଗାଁରୁ କେସିଙ୍ଗା ଯାଉଥିବା ବେଳେ ଜଗନ୍ନାଥ ବସ୍ ବାଇକ୍‌କୁ  ଧକ୍କା ଦେଇଥିିିଲା। ଏହାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଗୋଲାମୁଣ୍ଡା ପୋଲିସ । ମୃତ୍ୟୁ ହୋଇଥିବା ୩ଜଣଙ୍କର ପରିଚୟ ମିଳିଛି। ସେମାନେ ହେଉଛନ୍ତି ବାପା କୃଷ୍ଣଚନ୍ଦ୍ର ବାଗ, ମାଆ ସୁକେସି ବାଗ ଓ ଝିଅ ସୁପ୍ରିଆ ବାଗ।