ଓଲଟିଲା ଯାତ୍ରୀବାହୀ ବସ୍ , ୩୦ ଆହତ

ଭୁବନେଶ୍ୱର,୧୬/୧୨: ବାରିପଦାରେ ଅଭାବନିୟ ଘଟଣା ଘଟିଯାଇଛି।  ୧୮ ନମ୍ବର ଏନଏଚ୍ କୁଳିଅଣାଠାରେ ଓଲଟିଲା ଯାତ୍ରୀବାହୀ ବସ୍ । ୩୦ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ବସଟି କରଞ୍ଜିଆରୁ ବାରିପଦା ଅଭିମୁଖେ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି ।ଗୁରୁତରଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍ ତଳେ ୨ଜଣ ଚାପି ହୋଇ ରହିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲ ପଠାଯାଇଛି ।