ଶୋପିଆନରେ ଏନକାଉଣ୍ଟର, ୩ ଆତଙ୍କବାଦୀ ସଫା

ନୂଆଦିଲ୍ଲୀ,୫/୧୦: ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହେବାରୁ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି ।ଏମାନେ ଜୈଶ-ଏ ମହମ୍ମଦ ସଙ୍ଗଠନର ବୋଲି ଜଣାପଡିଛି । ପ୍ରଥମେ ଦକ୍ଷିଣ କାଶ୍ମୀରର ଦ୍ରାସ ଗ୍ରାମରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଯବାନମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ଘଟଣା ଘଟିଥିଲା ।