ଶ୍ରୀଜୀଉଙ୍କ ପାଇଁ ତିନି ସେଟ୍ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ

ପୁରୀ, ୧୦ା୧(ଦି ପ୍ରଗତି ନ୍ୟୁଜ): ଆଜି ଜନୈକ ଦାତା ଶ୍ରୀମନ୍ଦିରକୁ ତିନି ସେଟ୍ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାରଙ୍କ ଉପସ୍ଥିତିରେ ଭୁବନେଶ୍ୱରର ପଦ୍ମ ଚରଣ ପାତ୍ର ନିଜ ପରିବାର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହା ଦାନ କରିଛନ୍ତି । ସେ ଦାନ କରିଥିବା ୩ହଳ ସୂର୍ଯ୍ୟ-ଚନ୍ଦ୍ରରେ ପ୍ରାୟ ୩୧୯ ଗ୍ରାମ ସୁନା ଏବଂ ରୂପା ବ୍ୟବହାର ହୋଇଥିବା ସୂଚନା ରହିଛି । ପରବର୍ତ୍ତୀ ସମୟରେ ତିନି ଠାକୁରଙ୍କୁ ଏହି ନୂତନ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଲାଗି ହେବ ।