ଗୋଟିଏ ପରିବାରର ୩ଭାଇ-ଭଉଣୀ ମୃତ, କାରଣ ଅସ୍ପଷ୍ଟ

ମାଲକାନଗିରି, ୧୫ା୧୦: ମାଲକାନଗିରି ଜିଲ୍ଳା ସ୍ଥିତ କତେଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ସେହି ଗ୍ରାମରେ ଗୋଟିଏ ପରିବାରର ୩ଭାଇ -ଭଉଣୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ମାଆ ଓ ଝିଅ ଅସୁସ୍ଥ ହୋଇଛନ୍ତି । ଗୁରୁତର ଅସୁସ୍ଥ ୨ଜଣଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ୩ଭାଇ-ଭଉଣୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ୍ୟୁର କାରଣ ଜାଣିବା ପାଇଁ ଡାକ୍ତରୀ ଟିମ୍ ତଦନ୍ତ ଆରମ୍ଭ କରିଛି ।