ଯବାନ୍–ମାଓବାଦୀ ମୁହାଁମୁହିଁ, ଏନକାଉଣ୍ଟରରେ ୩ ମାଓବାଦୀ ସଫା

ଭୁବନେଶ୍ୱର, ୨୫/୦୨: ଛତିଶଗଡ କାଙ୍କେରରେ ଯବାନ୍ – ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଠାରେ ଚାଲିଥିବା ଏନକାଉଣ୍ଟରରେ ୩ ମାଓବାଦୀ ନିପାତ ହୋଇଛନ୍ତି। ଏହାସହ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଅନ୍ୟପଟେ  ଘଟଣାସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି ।