୩ IPS ଅଫିସରଙ୍କୁ DIG ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର, ୨୯/୧୨: ଆଜି ୩ IPS ଅଫିସରଙ୍କୁ DIG ପାହ୍ୟାକୁ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର । ୨୦୦୮ ବ୍ୟାଚ୍‌ର ୩ IPSଙ୍କୁ ଡିଆଇଜି ଭାବେ ପଦୋନ୍ନତି କରାଯାଇଛି। ସେହି ୩ IPS ହେଉଛନ୍ତି ଉମାଶଙ୍କର ଦାସ, ଆର୍. ପ୍ରକାଶ ଓ ସତ୍ୟଜିତ ନାୟକ।

ସେହିପରି ୨୦୦୪ ବ୍ୟାଚ୍‌ର ୩ ଆଇପିଏସ ଅଫିସରଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ଆଇପିଏସ ଦୀପକ କୁମାର, ଆଶିଷ କୁମାର ସିଂହ ଏବଂ ସତ୍ୟବ୍ରତ ଭୋଇଙ୍କୁ ପଦୋନ୍ନତି ମିଳିଛି ।