ଘାଟିରୁ କାର୍‌ ଖସି ଚାଲିଗଲା ୩ ଜୀବନ

ଭୁବନେଶ୍ୱର,୧୫/୧୧: କୋରାପୁଟ ପଟ୍ଟାଙ୍ଗୀର ଯୋଡ଼ିମାଦେଲି ଘାଟିରେ ଘଟିଛି କାର୍‌ ଦୁର୍ଘଟଣା । ଦୁର୍ଘଟଣାରେ ଗୁରୁତରଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସେଠାରେ ୩ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଛତିଶଗଡ଼ ରାଜଗାଓଁରୁ ବିଶାଖାପାଟଣା ବୁଲିବାକୁ ଯାଉଥିଲେ ଗୋଟିଏ ପରିବାରର ୪ ଜଣ । ହୁଣ୍ଡାଇ କ୍ରେଟା ଗାଡିରେ ଶାଶୁ, ଶ୍ୱଶୁର ଏବଂ ଝିଅ-ଜ୍ୱାଇଁ ବୁଲି ବାହାରିଥିଲେ । ହେଲେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଏଭଳି ଅଘଟଣ ଘଟିଛି । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ଜୀବନ ଚାଲି ଯାଇଥିଲା, ଆଉ ଜଣେ ଗୁରୁତର ଥିବା ସୂଚନା ମିଳିଛି । ତେବେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନ୍ୟପଟେ କାର୍‌ଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ।