ଆସାମରେ ଭୂସ୍ଖଳନ, ୩ ମୃତ

ନୂଆଦିଲ୍ଲୀ,୧୫/୫: ଆସାମ ସ୍ଥିତ ଡିମା ହାସାଓ ଜିଲ୍ଲାର ୧୨ଟି ଗାଁରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ଏହି ଭୂସ୍ଖଳନ ଯୋଗୁ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ହାଫଲଙ୍ଗ ଅଞ୍ଚଳରେ ପ୍ରାୟ ୮୦ ଘର ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି। ଆସାମରେ ୬ଟି ଜିଲ୍ଲାର ୯୪ଟି ଗାଁରେ ୨୪,୬୮୧ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି।