ଭରତପୁର ସୁରେଖା ପଲେଇ ହତ୍ୟା ମାମଲା, ୩ ଗିରଫ

ଭୁବନେଶ୍ୱର, ୧୩/୧:ଭୁବନେଶ୍ୱର ସ୍ଥିତ ଭରତପୁରର ତାରିଣୀ ବସ୍ତିିରେ ସୁରେଖା ପଲେଇ ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିିିଛି କମିଶନରେଟ୍ ପୋଲିସ। ଯୁବତୀଙ୍କ ବୟଫ୍ରେଣ୍ଡ ଓ ୨ ସହଯୋଗୀଙ୍କୁ ଗିରଫ କରିଛି ପୋଲିିସ। ସୁରେଖା ପଲେଇ ନିଜର ପୁରୁଷ ବନ୍ଧୁ ଘରେ ଆତ୍ମହତ୍ୟା କରିଥିଲେ । ସୁଚନା ଅନୁଯାୟୀ ଏକ ତରଫା ଭଲ ପାଉଥିଲେ ସୁରେଖା । ପ୍ରେମିକ ସହ ପାଟିତୁଣ୍ଡ ପରେ ପୁରୁଷ ବନ୍ଧୁଙ୍କ ଗାମୁଛାରେ ଆତ୍ମହତ୍ୟା କରିଥିଲେ ସୁରେଖା। ଆତ୍ମହତ୍ୟା ପରେ ସୁରେଖାଙ୍କ ମୃତଦେହକୁ ସ୍ଥାନାନ୍ତର କରିଥିଲା ଅଭିଯୁକ୍ତ। ଏହାପରେ ମାଡ଼ ଭୟରେ ବୟଫ୍ରେଣ୍ଡ ଫେରାର ହୋଇଯାଇଥିଲା।