ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର, ୧୯/୧୦: ରାଜ୍ୟରେ ଏବେ ଚୋରି , ଡକାୟତି ସହ ନିଶାଦ୍ରବ୍ୟ ଚୋରାଚାଲାଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ଜଳେଶ୍ୱରରୁ ୨ କିଲୋ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଅଢେଇ କୋଟି ହେବ। ଏହି ମାମଲାରେ ୩ଜଣ ଗିରଫ ହୋଇଛନ୍ତି। ଜଳେଶ୍ୱର ଥାନା ଝାଡେଶ୍ୱରପୁରରେ ଅବକାରୀ ଓ ପୋଲିସର ମିଳିତ ଉଦ୍ୟମରେ ଚଢ଼ାଉ ହୋଇଥିଲା। ୨ ଜଣ ମହିଳାଙ୍କ ସମେତ ଜଣେ ହୋଟେଲ ମାଲିକ ଗିରଫ ହୋଇଛନ୍ତି ।