+୩ରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ କଟ୍ ଅଫ୍ ମାର୍କ

ଭୁବନେଶ୍ୱର, ୯/୯ : ରାଜ୍ୟରେ କୋଭିଡି ସଂକ୍ରମଣ କାରଣରୁ ସ୍କୁଲ , କଲେଜ ସାଙ୍ଗକୁ ବନ୍ଦ ଥିଲା ଆଡ଼ମିସନ ପ୍ରକ୍ରିୟା। ଏବେ କୋଭିଡି ସଂକ୍ରମଣ ଅଳ୍ପ ମାତ୍ରାରେ କମିବା ପରେ ପିଲା ପାଠ ପଢାକୁ ଦୃଷ୍ଟିରେ ରଖି ସ୍କୁଲ , କଲେଜ ଖୋଲାବା ସାଙ୍ଗକୁ ଆଡ଼ମିସନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି । ଏହାରିମଧ୍ୟରେ +୩ରେ ନାମଲେଖା ପାଇଁ ଆଜି ପୂର୍ବାହ୍ନ ୧୧ଟାରେ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୩ରୁ ୧୬ ମଧ୍ୟରେ ନାମ ଲେଖାଇବା ପାଇଁ ଫି ଦାଖଲ କରିପାରିବେ। ଚଳିତ ବର୍ଷ ପ୍ରାୟ ୨ ଲକ୍ଷ ୬୦ ହଜାର ପିଲା ଆବେଦନ କରିଛନ୍ତି । ସେହିପରି ସେପ୍ଟେମ୍ବର ୨୧ରେ ଦ୍ବିତୀୟ ପର୍ଯ୍ୟାୟ କଟ୍‌ ଅଫ୍ ମାର୍କ ପ୍ରକାଶ ପାଇବ। ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା। ପରେ ବଳକା ସିଟ୍ ପୂରଣ ପାଇଁ ମାର୍ଗଦର୍ଶିକା ଜାରିହେବ।