ମାଡ଼ିଗଲା ଟ୍ରକ୍: ୨ ମୃତ ଓ ଜଣେ ଗୁରୁତର

ଭୁବନେଶ୍ୱର,୧୪/୧୦: ନୟାଗଡ଼ ସ୍ଥିତ ନୂଆଗାଁ ବ୍ଲକ ସଁପଡ଼ାରେ ଅଭାବନୀୟ ଘଟଣା ଘଟିଛି। ଜାତୀୟ ରାଜପଥରେ ୩ ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।  ମୃତକ ଦ୍ୱୟ ହେଉଛନ୍ତି ମାନସୀ ମାର୍ଥୀ ଓ ଟିକିନା ପ୍ରଧାନ। ଆହତ ମହିଳାଙ୍କ ନାଁ ସୁରବାଳା ପରିଡ଼ା। ମୃତାହତ ସମ୍ପଡ଼ା ଗାଁର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ନୟାଗଡ଼ ଜିଲ୍ଲା ନୂଆଗାଁ ସମ୍ପଡ଼ା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି।