ମରୋକ୍କୋ ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୨ ହଜାର ପାର୍

ଭୁବନେଶ୍ୱର, ୧୦/୦୯: ମରୋକ୍କୋ ଭୂମିକମ୍ପରେ ଏପର୍ଯ୍ୟନ୍ତ ୨ହଜାର ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ଭୂମିକମ୍ପର ପ୍ରଭାବ ପ୍ରାୟ ୭୨ କିଲୋମିଟର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ୨ ହଜାରରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଅନେକ ଭଙ୍ଗା କୋଠା ତଳେ ଏବେବି ଫସି ରହିଛନ୍ତି ।  ସେମାନଙ୍କୁ ଉଦ୍ଧାର କରିବାକୁ ସବୁପ୍ରକାର ଚେଷ୍ଟା କରୁଛନ୍ତି ଉଦ୍ଧାରକାରୀ ଦଳ । ମରକ୍କୋରେ ୬.୮ ତୀବ୍ରତାର ସହ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ରାତି ୧୧.୧୧ ଟାରେ ମାରକେଶର ଠରୁ ୭୧ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମରେ ୧୮.୫ କିଲୋମିଟର ଗଭୀରତାରୁ ଆସିଥିଲା ।