କେନ୍ଦ୍ର କ୍ୟାବିନେଟ କମିଟିରେ ୨ ଓଡ଼ିଆ ମନ୍ତ୍ରୀ ସାମିଲ

ନୂଆଦିଲ୍ଲୀ, ୧୩/୭: ନିକଟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ପରେ କେନ୍ଦ୍ର କ୍ୟାବିନେଟ କମିଟି ଗଠନ ହୋଇଛି।ଏହି କେନ୍ଦ୍ର କ୍ୟାବିନେଟ କମିଟିରେ ୨ ଓଡ଼ିଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଇକୋନୋମିକ୍ ଆଫାୟାର୍ସ କମିଟିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନ ପାଇଥିବା ବେଳେ ପୁଞ୍ଜି ନିବେଶ ଓ ବିକାଶ କମିଟିରେ ଅଶ୍ବିନୀ ବୈଷ୍ଣବଙ୍କୁ ସାମିଲ କରାଯାଇଛି ।

ସେହିପରି ପଲିଟିକାଲ ଆଫାୟାର୍ସ କମିଟିରେ ଭୁପେନ୍ଦ୍ର ଯାଦବ, ବୀରେନ୍ଦ୍ର କୁମାର ସାମିଲ, ଗିରିରାଜ ସିଂହ, ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନୁୱାର ଏବଂ ମନସୁଖ ମାଣ୍ଡଭ୍ୟ ମଧ୍ୟ ସାମିଲ ହୋଇଛନ୍ତି।