୧୮ରୁ ୪୪ ବୟସ ବର୍ଗଙ୍କ ଦ୍ବିତୀୟ ଡୋଜ ଟିକାକରଣ ପାଇଁ ବିଏମସିର ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର, ୪/୬: ରାଜ୍ୟରେ ବିଗିଡି ଚାଲିଛି କରୋନା ସ୍ଥିତି। ତେଣୁ ଟୀକାକରଣ ପ୍ରକ୍ରିୟାକୁ ଜାରି ରଖାଯାଇଛି। ଏହାରିମଧ୍ୟରେ ୧୮ରୁ ୪୪ ବୟସ ବର୍ଗଙ୍କ ଦ୍ବିତୀୟ ଡୋଜ ଟିକାକରଣ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୮ ଓ ୯ ତାରିଖରୁ ଆରମ୍ଭ ହେବ ସ୍ବତନ୍ତ୍ର ଡ୍ରାଇଭ। ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ର ପୁଣି କାର୍ଯ୍ୟକ୍ଷମ କରାଯିବ। ଗତ ମେ ୩, ୪ ଓ ୫ରେ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ବିତୀୟ ଡୋଜ।