ଦ୍ୱିତୀୟ ଡୋଜ୍ କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୮/୪: ଦେଶରେ ଏବେ ପୁଣିଥରେ ଦିନକୁ ଦିନ କରୋନା ସଂକ୍ରମଣ ଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ ପ୍ରାୟ ଦିନକୁ ଲକ୍ଷେ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାରିମଧ୍ୟରେ ଦିଲ୍ଲୀ ଏମ୍ସରେ ଦ୍ୱିତୀୟ ଡୋଜ୍ କରୋନା ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୧ ତାରିଖରେ ପ୍ରଧାନମନ୍ତ୍ରୀ ପ୍ରଥମ ଡୋଜ୍ ଟିକା ନେଇଥିଲେ ।