ଭୁବନେଶ୍ୱର, ୨୦/୦୧: ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜଙ୍ଗଲରେ ସୁରକ୍ଷା ବାହିନୀର ଯବାନମାନେ ୨ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ଏଥି ସହି ଘଟଣାସ୍ଥଳରୁ ଗୋଟିଏ ଏସ୍ଏଲ୍ଆର ବନ୍ଧୁକ, ୩ଟି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହା ସହ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି।
ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ନକ୍ସଲମାନେ ଥିବା ନେଇ ସୁରକ୍ଷା ବାହିନୀର ୧୦ଟି ଟିମ୍ ମିଳିତ ଅଭିଯାନ କରିଥିଲେ। ଏଥିରେ ୩ଟି ଏସ୍ଓଜି, ୨ଟି ଛତିଶଗଡ଼ ପୁଲିସ ଓ ୫ଟି ସିଆରପିଏଫ୍ର ଟିମ୍ ସାମିଲ ଥିଲେ। ସୁରକ୍ଷା ବାହିନୀର ଗୁଳିରେ ୨ ଜଣ ନକ୍ସଲଙ୍କର ମୃତଦେହ ମିଳିଛି।