କାନ୍ଥ ଭୁଶୁଡ଼ି ୧୮ ମୃତ ଘଟଣା, ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮/୭: ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ଉପକଣ୍ଠ ଚେମ୍ବୁରରେ ଭୂସ୍ଖଳନ ହୋଇଥିଲା। ସେଠାକାର  ଚେମ୍ବୁର ଓ ଭିକ୍ରୋଲିରେ କାନ୍ଥ ଭୁଶୁଡ଼ି ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ଅନେକ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ଏହାସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ  ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଉଲ୍ଲେଖ ଯୋଗ୍ୟ ଯେ ଭୂସ୍ଖଳନରେ ଭରତ ନଗର ଅଞ୍ଚଳର ୬ଟି ଘରର କାନ୍ଥ ଭୁଶୁଡ଼ିଥିବା ସୂଚନା ରହିଛି। ଏହାପରେ  NDRF, ମୁମ୍ବାଇ ମହାନଗର ନିଗମ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ।