ଆସିଲା ଯୁକ୍ତ ଦୁଇ ପରୀକ୍ଷା ସୂଚୀ, ଜାଣନ୍ତୁ କେଉଁଦିନ ହେବ ପରୀକ୍ଷା ?

ଭୁବନେଶ୍ୱର,୨୦/୧୧: ଫେବ୍ରୁଆରି ୧୮ ତାରିଖରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା ହେବ । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅସିଲା ପରୀକ୍ଷା ସୂଚୀ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପିଲାଙ୍କ ବୋର୍ଡ ପରୀକ୍ଷା ଆରମ୍ଭ ହେବ । ଫେବ୍ରୁଆରି ୧୮ ତାରିଖରୁ ବିଜ୍ଞାନ ଛାତ୍ରଙ୍କ ପରୀକ୍ଷା ଆରମ୍ଭ ହେବ । ଫେବ୍ରୁଆରି ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ପରୀକ୍ଷା ଆରମ୍ଭ । ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ଥିଓରୀ ପରୀକ୍ଷା । ସେହିପରି ଜାନୁଆରି ୨ରୁ ୧୨ତାରିଖ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ହେବ ।

ଆସନ୍ତାବର୍ଷ ଫେବ୍ରୁଆରୀ ୨୧ ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ହେବ । ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ଓ ଶେଷଦିନ ତୃତୀୟ ଭାଷା ପରୀକ୍ଷା ଥିବା ବେଳେ, କେବଳ ଗଣିତକୁ ଛାଡ଼ି ବାକି ସବୁ ଏକ୍ଜାମ୍ ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ଯାଏଁ ଚାଲିବ । ଗଣିତ ପରୀକ୍ଷା ପାଇଁ ମିଳିବ ଅଧିକ ୧୫ ମିନିଟ୍ ସମୟ ।

ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ, ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ । ଏହାପରେ ଫେବୃଆରୀ ୨୪ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୭ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଏବଂ ଶେଷ ଦିନ ମାର୍ଚ୍ଚ ୬ରେ ତୃତୀୟ ଭାଷା ହିନ୍ଦୀ ବା ସଂସ୍କୃତ ଆଦି ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସବୁ ପରୀକ୍ଷା ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ । ତେବେ କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ମିଳିବ ଏବଂ ଏହା ୧୧ଟା ୪୫ରେ ସରିବ ।