ଏପ୍ରିଲ ୨୮ ତାରିଖରୁ +୨ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୧୭/୩: +୨ ଛାତ୍ରଛାତ୍ରୀ ଙ୍କ ପାଇଁ ବଡ଼ ଖବର। ଏପ୍ରିଲ ୨୮ ତାରିଖରୁ +୨ ବୋର୍ଡ ପରୀକ୍ଷା ହେବ। ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । ଖରାକୁ ଦେଖି ଦୈନିକ ସକାଳ ୯ଟାରୁ ଗୋଟିଏ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି। ନିଜ ଶିକ୍ଷକଙ୍କ ଦ୍ବାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଦୁଇଟି ପଦ୍ଧତିରେ ମୂଲ୍ୟାଙ୍କନ ହେବ ।
ପ୍ରଥମ- ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ  ମାର୍କ ମିିଳିବ। ଦ୍ବିତୀୟ- ବାର୍ଷିକ ପରୀକ୍ଷାରେ ୮୦% ଏବଂ କ୍ବାର୍ଟର ଏଣ୍ଡର ୨୦% ଅନୁସାରେ ମାର୍କ ଦିଆଯିବା ନେଇ ସୂଚନା ରହିଛିି।