କରୋନା ତାଣ୍ଡବ: ସାରା ରାଜ୍ୟରେ ଶନି ଓ ରବିବାର ସଟଡାଉନ

ଭୁବନେଶ୍ୱର, ୧୯/୪: ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦିନକୁ ଏବେ ୪ହଜାର ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ସଂକ୍ରମଣ କୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରିମଧ୍ୟରେ ସାରା ରାଜ୍ୟରେ ଦୁଇଦିନ ସଟଡାଉନ ରଖିବା ନେଇ ଘୋଷଣା କରାଯାଇଛି। ସପ୍ତାହ କୁ ଦୁଇଦିନ ଅର୍ଥାତ ସାନି ଓ ରବିବାର ସଟଡାଉନ ରହିବ । ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ଏହି କଟକଣା। ଆସନ୍ତା ୨୪ ତାରିଖରୁ ଏହି କଟକଣା  ଲାଗୁ ହେବ ବୋଲି ସୂଚନା ମିଳିଛି।

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି। ସୀମାବର୍ତ୍ତୀ ୧୦ ଜିଲ୍ଲା ସହ ଅନ୍ୟ ୨୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ରହିବ। ଏହି ସଟଡାଉନ ବେଳେ ଜରୁରୀକାଳୀନ ସେବା ଜାରି ରହିବ। ଯେମିତିକି ପୋଲିସ, ଡାକ୍ତର, ଅଗ୍ନିଶମ ଆଦି ଜରୁରୀ ସେବା ଅଫିସ ଖୋଲା ରହିବ।
ଜିନିଷ ପତ୍ର ନେବା ଆଣିବା କରୁଥିବା ଗାଡି ଚାଲିବ। ଏହାସହ କରୋନାର ୨ୟ ଲହରକୁ ରୋକିବାକୁ ସବୁ ନିୟମ ମାନିବାକୁ ପଡିବ। ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ଧୋଇବାକୁ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।