ରାଜ୍ୟରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨/୧: ରାଜ୍ୟରେ ଏବେ ଦୁଇ ଦିନ ହେବ କରୋନା ସଂକ୍ରମଣ ବଢି ଚାଲିଛି। ଏହାସହ ପୁଣି ଓମିକ୍ରନ ଭୟ ଘାରିଛି। ଏହାରିମଧ୍ୟରେ ରାଜ୍ୟରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ ବିଦେଶ ଫେରନ୍ତା । ଏହି ୧୭ ଜଣ ୟୁକେ ଓ ଦୁବାଇରୁ ଆସିଥିବା ସୂଚନା ମିିଲିଛି । ଏହାସହ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି।