ୟୁକ୍ରେନରୁ ମୁମ୍ବାଇରେ ପହଞ୍ଚିଲେ ୨୧୯ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ, ୨୬/୨:ମହାରାଷ୍ଟ୍ର ମୁମ୍ବାଇରେ ଲ୍ୟାଣ୍ଡ କଲା ୨୧୯ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ରୋମାନିଆ ରାଜଧାନୀ ବୁଖାରେଷ୍ଟରୁ ନେଇ ଆସିଥିବା ଏୟାର ଇଣ୍ଡିଆ ବିମାନ । ୟୁକ୍ରେନରୁ ଫସିଥିବା ଛାତ୍ରଛାତ୍ରୀଙ୍କୁ ରୋମାନିଆ ଦେଇ ଫେରାଇ ଆଣିଛି ଭାରତ ।

ଅନ୍ୟପକ୍ଷରେ ତୃତୀୟ ଦିନରେ ଋଷିଆ-ୟୁକ୍ରେନ ଯୁଦ୍ଧ । ରାଜଧାନୀ କିଭ୍ ସମେତ ବିଭିନ୍ନ ସହରରେ ଜାରି ରହିଛି ଋଷର ଜୋରଦାର ଆକ୍ରମଣ। ସେହିିିପରି ୟୁକ୍ରେନ୍ ବି ଜବାବ୍ ଦେଉଛି। ମସ୍କୋର ଭିଟୋ ଯୋଗୁଁ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଗୃହିତ ହୋଇପାରିଲାନି। ନିରପେକ୍ଷ ରହିଛନ୍ତି ଚୀନ ଓ ଭାରତ।