୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ 

ନୂଆଦିଲ୍ଲୀ, ୧/୨: ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍  ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ରେ ରାଷ୍ଟ୍ରୀୟ ରେଳ ଯୋଜନା ୨୦୩୦ ପ୍ରସ୍ତୁତ ହୋଇଛି। ରେଲୱେ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୨୦୨୩ ସୁଦ୍ଧା ଶତପ୍ରତିଶତ ରେଳ ରୁଟ ବିଦ୍ୟୁତକରଣ ହେବ । ୨୭ଟି ସହରରେ ମେଟ୍ରୋ ଓ RRTS କାମ ଜାରି ରହିଛି । ୧୦୧୬ କିମି ମେଟ୍ରୋ ଲାଇନ ପାଇଁ ୬୩ ହଜାର କୋଟି ଟଙ୍କା ରହିବ।

ପବ୍ଲିକ ବସ୍ ଟ୍ରାନ୍ସପୋର୍ଟ ପାଇଁ ୧୮ ହଜାର କୋଟି ବ୍ୟୟବରାଦ ହୋଇଛି । ଖଡ଼ଗପୁରରୁ ବିଜୟୱାଡ଼ା ହେବ ଇଷ୍ଟକୋଷ୍ଟ କରିଡର । ରେଳ ଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ
ହାଇଡ୍ରୋଜେନ ଏନର୍ଜୀ ମିଶନ ଘୋଷଣା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆଉ ୩ଟି ରେଳ ଫ୍ରେଟ କରିଡର ପାଇଁ ଲକ୍ଷ୍ୟ ରହିଛି । ଜାମ୍ମୁ ଓ କାଶ୍ମୀର ପାଇଁ ଗ୍ୟାସ୍‌ ପାଇପ ଲାଇନ୍ ପ୍ରକଳ୍ପ ହେବ ।ବୀମା ସେକ୍ଟରରେ FDI ୪୯% ରୁ ୭୪%କୁ ବୃଦ୍ଧି ପାଇଛି। ଉଜ୍ବଳା ଯୋଜନାରେ ଆଉ ୧ କୋଟି ଲୋକଙ୍କୁ ଯୋଡ଼ାଯିବ । ସରକାରୀ ବ୍ୟାଙ୍କ ପାଇଁ ୨୦ ହଜାର କୋଟିର ବ୍ୟବସ୍ଥା କରାଯାଇଛି।