୨୦୧୯ ପାଇଁ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷିତ, ନୀଳମାଧବ ପଣ୍ଡାଙ୍କୁ ମୋହନ ସୁନ୍ଦର ଦେବଗୋସ୍ବାମୀ ପୁରସ୍କାର

ଭୁବନେଶ୍ୱର, ୫/୧୧: ଆଜି ୨୦୧୯ ପାଇଁ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷିତ ହୋଇଛି। ପ୍ରଯୋଜକ ଓ ନିର୍ଦେଶକ ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ପୁରସ୍କାର। ସେହିପରି  ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଦେବଗୋସ୍ବାମୀ ପୁରସ୍କାର। କାଲିର ଅତୀତ ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇଥିବା ବେଳେ ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦେଶକ ହୋଇଛନ୍ତି।