ଦୁଇହଜାର ଟଙ୍କିଆ ନୋଟ୍ ବଦଳି ପାଇଁ ଆଉ ସପ୍ତାହେ ବଢ଼ିଲା ଅବଧି

ନୂଆଦିଲ୍ଲୀ, ୩୦/୦୯:  ଦୁଇହଜାର ଟଙ୍କିଆ ନୋଟ୍ ବଦଳି ପାଇଁ ବଢିଲା ଅବଧି। ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ୨୦୦୦ଟଙ୍କିଆ ନୋଟ ବଦଳାଇବାର ଶେଷ ତାରିଖରେ ପରିବର୍ତନ କରିଛନ୍ତି ।  ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଆପଣ ୨ ହଜାର ଟଙ୍କିଆ ନୋଟ ବଦଳାଇପାରିବେ । ଅର୍ଥାତ ୨ହଜାର ଟଙ୍କିଆ ନୋଟ ବଦଳାଇବାକୁ ଆପଣଙ୍କୁ ଗୋଟିଏ ସପ୍ତାହ ଅଧିକ ସମୟ ମିଳିଛି ।ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ଆଜି ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି କି, ସମୀକ୍ଷା ସରିବା ପରେ ଏହି ନୋଟ୍ ବଦଳାଇବାକୁ ଗୋଟିଏ ସପ୍ତାହ ଅଧିକ ସମୟ ଦିଆଗଲା । ଏବେ ଯେଉଁମାନଙ୍କ ପାଖରେ ୨ହଜାର ଟଙ୍କିଆ ନୋଟ ରହିଛି ସେମାନେ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଏହାକୁ ସୁରୁଖୁରୁରେ ବଦଳାଇପାରିବେ ।