ବଡ଼ ଖବର: ଅଧିବେଶନ ଚାଲିଥିବା ବେଳେ ଲୋକସଭାରେପଶିଗଲେ ଦୁୁଇ ଜଣ ଅଜଣା ଯୁବକ

ନୂଆଦିଲ୍ଲୀ,୧୩/୧୨: ଲୋକସଭାର ସୁରକ୍ଷାରେ ବଡ ଧରଣର ତ୍ରୁଟି । ଲୋକସଭାରେ ଅଧିବେଶନ ଚାଲିଥିବା ବେଳେ ଅଚାନକ ପଶିଗଲେ ଦୁୁଇ ଜଣ ଅଜଣା ଯୁବକ । ଏହାପରେ ସେଠାରେ ଉପସ୍ଥିତ ଥିବା ସାଂସଦ ତାଙ୍କୁ କାବୁ କରିବା ସହିତ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ଏହା ସହିତ ଏହି ଘଟଣା ପରେ ଲୋକସଭାକୁ ଦିନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି । ସୂଚନାଯୋଗ୍ୟ ଯେ, ଲୋକସଭାରେ ହଠାତ୍ ପଶିଆସିଥିବା ଏହି ଦୁଇ ଯୁବକଙ୍କ ଭିତରୁ ଜଣକର ନାମ ସାଗର ଅଟେ । ଦୁଇ ଜଣ ସାଂସଦଙ୍କ ନାମ ନେଇ ଭିଜିଟର ପାସରେ ସଂସଦ ଭିତରେ ପ୍ରବେଶ କରିଥିଲେ । ସାଂସଦ ଦାନିଶ ଅଲ୍ଲୀଙ୍କ ସୂଚନା ମୁତାବକ, ଦୁଇ ଜଣ ଯୁବକ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ନାମରେ ଭିଜିଟର୍ ପାସ୍ ଆଣିଥିଲେ । ବ୍ୟକ୍ତି ଦୁହେଁ ‘ଗ୍ୟାସ୍‌ କେନିଷ୍ଟର୍‌’ ଧରିଥିଲେ। ଘଟଣା ସଂକ୍ରାନ୍ତରେ ବର୍ଣ୍ଣନା କରି ଜଣେ ସାଂସଦ କହିଛନ୍ତି, ହଠାତ୍‌ କୁଆଡୁ ୨ଜଣ ବ୍ୟକ୍ତି ଚାଲିଆସିଲେ ଓ ଚାରିଆଡ଼େ ହଳଦିଆ ରଙ୍ଗର ଧୂଆଁ ବ୍ୟାପିଗଲା। ସୂଚନାଯୋଗ୍ୟ, ୨୦୦୧ ମସିହାର ଆଜି ଦିନରେ ସଂସଦରେ ସଶସ୍ତ୍ର ଆତଙ୍କବାଦୀମାନେ ପ୍ରବେଶ କରି ଆକ୍ରମଣ କରିଥିଲେ ଏବଂ ଆଜି ତାହାର ୨୨ତମ ବାର୍ଷିକୀ।