ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ମିଳିବ ୨ହଜାର ଟଙ୍କା

ଭୁବନେଶ୍ୱର,୨/୫: ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି । ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ମିଳିବ ୨ ହଜାର ଟଙ୍କା । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୦୧୮ରୁ ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୩ ଲକ୍ଷରୁ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ସିଧାସଳଖ ଉପକୃତ ହୋଇଛନ୍ତି । ଗତବର୍ଷ ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ କାଳିଆ ଟଙ୍କା ଦେଇଥିଲେ ସରକାର ।