ଏନକାଉଣ୍ଟରରେ ୨ ଆତଙ୍କବାଦୀ ସଫା

ନୂଆଦିଲ୍ଲୀ,୨୮/୪: ପୁଲଓ୍ବାମାରେ ଭାରତୀୟ ସେନାକୁ ବଡ ଧରଣର ସଫଳତା ମିଳିଛି । ପୁଲଓ୍ବାମାର ମିତ୍ରିଗାମ୍‌ରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି । ନିହତ ହୋଇଥିବା ୨ ଆତଙ୍କୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁସାରେ , ପୁଲଓ୍ବାମାର ମିତ୍ରିଗାମ୍‌ରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଏଜାଜ୍‌ ହାଫିଜ୍‌ ଏବଂ ସାହିଦ ଆୟୁବ । ସେମାନଙ୍କ ନିକଟରୁ ଦୁଇଟି ଏକେ-୪୭ ରାଇଫଲ୍‌ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।