ଦୁର୍ଘଟଣାରେ ଦୁଇ ଭଉଣୀ ମୃତ

ଭୁବନେଶ୍ୱର, ୧୫/୨: ଢେଙ୍କାନାଳ ସ୍ଥିତ ଟାଉନ୍‌ଥାନା ବାଜିଚୌକରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ସେଠାରେ  ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପିକଅପ୍‌ ଭ୍ୟାନ୍‌ ଦୁର୍ଘଟଣାରେ ୨ ଭଉଣୀଙ୍କ ମୃୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ ଫ୍ଲାଇଓଭର ତଳେ ଖେଳୁଥିବା ବେଳେ ଏକ ପିକଅପ୍‌ ଭ୍ୟାନ୍‌ ଚଢ଼ି ଯାଇଥିଲା। ଏହାପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ମୃତ ୨ ଭଉଣୀ ହେଲେ ସାଇନା ସବର ଓ ସୁହାନା ସବର। ଏହାପରେ ଘଟଣା ସ୍ଥଳ ରୁ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଫେରାର ହୋଇଛି। ଅନ୍ୟପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।