ଜୁନିଅର କଲେଜରେ ବଢିବ +୨ ସିଟ୍

ଭୁବନେଶ୍ୱର, ୧୩/୭: ଦଶମ ପାସ କରିଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ଖୁସିଖବର। ଚଳିତବର୍ଷ ଜୁନିଅର କଲେଜରେ +୨ ସିଟ୍ ବଢ଼ାଇବା ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ସରକାର । ଯେଉଁ ଜୁନିଅର କଲେଜ ଚାହିଁବେ ସେମାନେ ସିଟ୍ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ କରିପାରିବେ। ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ୍ ପାସ୍ କରିଛନ୍ତି । କିନ୍ତୁ ଏବେ ରାଜ୍ୟରେ +୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି । ତେଣୁ କଲେଜ ରେ ସିଟ ସଂଖ୍ୟା ବୃଦ୍ଧି କରିବା ନିଷ୍ପତି ନିଆଯାଇଛି।