ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, ୩୧/୭: ସବୁ ଅପେକ୍ଷାର ଘଟିଲା ଅନ୍ତ । ଶେଷରେ ଆଜି ପ୍ରକାଶ ପାଇଛି +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଫଳ ପ୍ରକାଶନ ନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । orissaresults.nic.inରେ ପରୀକ୍ଷା ଫଳ ରାତି ୮ଟାରୁ ଉପଲବ୍ଧ ହେବ । SAMS ୱେବ୍‌ସାଇଟରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ ।

ବିଜ୍ଞାନରେ ସାମଗ୍ରିକ ପାସ୍‌ ହାର ରହିିିଛି ୯୫.୧୫% ।  ୮୯ ହଜାର ୯୫୧ ଜଣ ପାସ୍‌ କରିଛନ୍ତି। ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୫ ହଜାର ୪୬୮ ପାସ୍‌ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୧୬ ହଜାର ୯୪୩ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସେହିପରି ତୃତୀୟ ଶ୍ରେଣୀରେ ୧୪ ହଜାର ୬୩୧ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ସେହିପରି ବାଣିଜ୍ୟରେ ପାସ୍‌ ହାର ୯୪.୯୬% ରହିଛି।
+୨ ବାଣିଜ୍ୟରେ ପଞ୍ଜୀକରଣ  ୨୪ ହଜାର ୫୨୬ ଜଣ କରିଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୨୩ ହଜାର ୨୯୨ । ବାଣିଜ୍ୟରେ ୧୪ ହଜାର ୭୫୭ ଛାତ୍ର ଓ ୮ ହଜାର ୫୩୫ ଛାତ୍ରୀ ପାସ୍‌ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୮,୩୫୫ ଜଣ, ଦ୍ବିତୀୟ ଶ୍ରେଣୀରେ ୫,୬୯୨ ଓ ତୃତୀୟ ଶ୍ରେଣୀରେ ୯,୦୬୬ ଛାତ୍ରଛାତ୍ରୀ ପାସ୍ କରିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।