ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ

ଭୁବନେଶ୍ୱର, ୧୮/୬: ରାଜ୍ୟରେ କରୋନା ସ୍ଥିତି ବିଗିଡି ଯିବାରୁ ପ୍ରାୟ ସବୁ ପରୀକ୍ଷା ବାତିଲ କରାଯିବା ସହ ରେଜଲ୍ଟ ବହାରିପାରୁନି। ଯାହା ଫଳରେ ଛାତ୍ରଛାତ୍ରୀ ଙ୍କ ପାଠପଢା ଉପରେ ବେଶ ପ୍ରଭାବ ପକାଇଛି। ଏହାରିମଧ୍ୟରେ ଅଗଷ୍ଟ ୨ୟ ସପ୍ତାହରେ  +୨ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛିି।ରେଜଲ୍ଟ ଏବଂ ମୂଲ୍ୟାୟନ ପଦ୍ଧତି ନେଇ CHSE ପକ୍ଷରୁ ସୂଚନା ରହିଛି। ମାଟ୍ରିକ ରେଜଲ୍ଟ ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ କରାଯିବାକୁ ନିଷ୍ପତ୍ତି ନେଇଛି CHSE । ଏକ୍ସ-ରେଗୁଲାର ପିଲାଙ୍କ ପାଇଁ ଗତବର୍ଷ ପରୀକ୍ଷା ଆଧାରରେ ମାର୍କିଂ ହେବ ।