ବାଲି ଅତଡା ଖସି ଦୁଇ ନାବାଳକଙ୍କ ମୃତ୍ୟୁ

ଭୁବନେଶ୍ୱର,୯/୬: ବାଲି ଅତଡା ଖସି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି । ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ମଗୁରପଣ୍ଡ ପାଟଣା ଗାଁରେ । ଏହି ଗାଁର ୩ ଜଣ ଶିଶୁ ଘର ନିକଟରେ ବାଲି ଗଦା ହୋଇ ରହିଥିବାରୁ ଗାତ ଖୋଳି ଖେଳୁଥିଲୋ ହେଲେ ହଠାତ୍ ଅତଡା ଧସିଯିବାରୁ ସେମାନେ ବାଲି ଭିତରେ ପୋତି ହୋଇଯାଇଥିଲେ । ଘର ଲୋକେ ଜଣିବା ପରେ ବିଳମ୍ବିତ ରାତିରେ ସେମାନଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ନାବାଳକ ଦୁଇଜଣକର ପ୍ରାଣବାୟୁ ଉଡିଯାଇଥିଲା ।