ବିପୁଳ ବ୍ରାଉନସୁଗାର ଜବତ, ବାପ-ପୁଅ ଗିରଫ

କଟକ, ୯/୧: ରାଜ୍ୟରେ ଏବେ ଚୋରି, ଡକାୟତି ସାଙ୍ଗକୁ ବଢି ଚାଲିଛି ନିଶାଦ୍ରବ୍ୟ ଚୋରାଚାଲାଣ। ଏହାରିମଧ୍ୟରେ  କଟକ ବାଲିଯାତ୍ରା ପଡ଼ିଆରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ । ଏହି ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ୧୨୦ ଗ୍ରାମ ବ୍ରାଉନସୁଗାର ଜବତ କରିିିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ। ଗିରଫ ହୋଇଥିବା ୨ଜଣ ସମ୍ପର୍କରେ ବାପ-ପୁଅ ହେବା ନେଇ ସୂଚନା ରହିଛି।