ଫେବ୍ରୁଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର,୧୫/୧୨: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଫେବ୍ରୁଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ନିଟ୍ ଓ ଜେଇଇ ପରୀକ୍ଷାକୁ ଦୃଷ୍ଟିରେ ରଖି, ଏଥର ମାର୍ଚ୍ଚ ପରିବର୍ତେ ଆଗୁଆ ପରୀକ୍ଷା ସାରିବାକୁ ନିଷ୍ପତି ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ଜାରି ହୋଇଛତି ବିଜ୍ଞପ୍ତି । ଫେବୃଆରୀ ୧୬ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ସରିବ ପରୀକ୍ଷା।ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷାରେ କପି  ରୋକିବା ପାଇଁ  ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ଗୋଟିଏ ସିଟିଂ ପରୀକ୍ଷା ହେବ। ୧୦ଟାରୁ ଦିନ ଗୋଟାଏ ତିନି ଘଂଟା ପରୀକ୍ଷା ଦେବେ ଛତ୍ରଛାତ୍ରୀ। ସେହିପରି ଜାନୁଆରୀ ୨ରୁ ୧୨ ପ୍ରାକ୍ଟିକାଲ ପରୀକ୍ଷା ହେବ। ସୂଚନାଯୋଗ୍ୟ ଯେ ଚଳିତବର୍ଷ ୩ଲକ୍ଷ ୮୪ ହଜାର ୫୯୭ ପିଲା ପରୀକ୍ଷା ଦେବେ।