ଫେବ୍ରୁଆରି ୧୪ରୁ ଆରମ୍ଭ ହେବ +୨ ପରୀକ୍ଷା

ଭୁବନେଶ୍ୱର,୧୬/୦୮: ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ୨୦୨୪ ଫେବ୍ରୁଆରି ୧୪ରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୧୩ ଯାଏଁ ଜାରି ରହିବ। ଏପ୍ରିଲ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ବୋର୍ଡ ପରୀକ୍ଷା ପାଇଁ ଆସନ୍ତା ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମ ଫିଲଅପ୍‌ କରାଯିବ। ଜାନୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି ସିଏଚଏସ୍‌ ପକ୍ଷରୁ ଆଜି ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି।