ମହାନଦୀରେ ବୁଡ଼ି ୨ ଛାତ୍ରଙ୍କ ଚାଲିଗଲା ଜୀବନ

ଭୁବନେଶ୍ୱର,୧୪/୪: ମହାନଦୀର ପାଣିରେ ଗାଧୋଇବା ପଡିଲା ମହଙ୍ଗା । ନିକଟରେ ମହାନଦୀରେ ବୁଡ଼ି ୩ ଛାତ୍ରଙ୍କ ଜୀବନ ଚାଲି ଯାଇଥିବାବେଳେ ଏବେ ଆଉ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗାଧୋଇବା ବେଳେ ପାଣିରେ ବୁଡ଼ି ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପାରାଦୀପରେ ଏହି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ, ୨ ଛାତ୍ର ମହାନଦୀକୁ ଗାଧୋଇବା ବେଳେ କୌଣସି କାରଣବଶତଃ ଉଭୟ ପାଣିରେ ବୁଡ଼ି ଯାଇଥିଲେ।