ନଦୀରେ ଭାସିଗଲେ ୬ଜଣ, ୨ଜଣଙ୍କର ମୃତଦେହ ଉଦ୍ଧାର ଓ ଅନ୍ୟ ୪ ଜଣ ଏବେ ବି ନିଖୋଜ

ଭୁବନେଶ୍ୱର,୧୮/୩:ଯାଜପୁର ବଡ଼ସୁଆର ମଙ୍ଗଳା ଘାଟରେ ଖରସ୍ରୋତା ନଦୀରେ ଅଘଟଣ ଘଟିଛି। ହୋଲି ଖେଳିବା ପରେ ଗାଧୋଇବା ବେଳେ ନଦୀରେ ୬ ଜଣ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୪ ଜଣ ଏବେ ବି ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।