ଦୁଇ ଜିଲ୍ଲାପାଳଙ୍କୁ କରୋନା

ଭୁବନେଶ୍ୱର, ୨୫/୧୨: ରାଜ୍ୟର ୩ ପ୍ରମୁଖ ବ୍ୟକ୍ତିଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ତିନି ଜଣଙ୍କ ମଧ୍ୟରୁ କଟକ ଓ ଗଜପତି ଜିଲ୍ଲାପାଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ହୋମ୍ କ୍ୱାରେଣ୍ଟିନରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ସେହିପରି କଟକ ଏସସିବିରେ ଗଜପତି ଜିଲ୍ଲାପାଳ ଅନୁପମ୍ ଶାହା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓ କରୋନାରେ ଆକ୍ରାନ୍ତ ହୋଇ ଏସସିବିରେ  ଚିକିତ୍ସା ଚାଲିଛି।