ବଡ଼ ଖବର: ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ

ଭୁବନେଶ୍ୱର, ୧୪/୮: ବହୁ ଅପେକ୍ଷା ପରେ ଶେଷରେ ଆଜି  +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ପ୍ରକାଶ ପାଇଛି।  ଫଳ ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚନ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଯୁକ୍ତଦୁଇ କଳାରେ ୯୮.୫୮% ଅର୍ଥାତ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପିଲା ପାସ୍‌ ହୋଇଛନ୍ତି।ଯୁକ୍ତଦୁଇ କଳାରେ ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଜଣ ପାସ୍‌ ହୋଇଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ପିଲା ପାସ୍‌ ହୋଇଛନ୍ତି। ସେହିପରି ତୃତୀୟ ଶ୍ରେଣୀରେ ୧୦ ହଜାର ୭୪ ଜଣ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି।http://orissaresults.nic.in ୱେବ୍‌ସାଇଟ୍‌ରେ ପରୀକ୍ଷାଫଳ ଉପଲବ୍ଧ ହେବ । ସୂଚନାଯୋଗ୍ୟ ଯେ କରୋନା ଯୋଗୁ ଚଳିତବର୍ଷ ପରୀକ୍ଷା ହୋଇ ପାରିନଥିଲା।