ରାଜଧାନୀରୁ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ବର, ୨୧/୧୨: ରାଜଧାନୀ ଭୁବନେଶ୍ୱର ରେ ନିଶାଦ୍ରବ୍ୟ ଚୋରାଚାଲାଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଭୁବନେଶ୍ବର ସ୍ଥିତ ଲକ୍ଷ୍ମୀସାଗର ଅଞ୍ଚଳରୁ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ହେବ। ବସ୍ତାରେ ମୁଢ଼ି ନେଉଥିବା କହି ଖସିଯିବାକୁ ଚେଷ୍ଟା ବେଳେ କାବୁ ପୋଲିସ ସେମାନଙ୍କୁ ଧରିଥିଲା। ଏହାପରେ ସେମାନଙ୍କୁ ଗିରଫ କରିିିବା ସହ ବାଇକ୍ ଓ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି କମିଶନରେଟ ପୋଲିସ।