ଆସନ୍ତା ୧୪ରୁ ୧୬ ଭିତରେ +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୭/୮: ରାଜ୍ୟରେ କୋଭିଡ ସଂକ୍ରମିତ କାରଣରୁ ସବୁ ସ୍କୁଲ ଓ କଲେଜ ବନ୍ଦ ଥିଲା। ତେଣୁ ଛାତ୍ରଛାତ୍ରୀ ଙ୍କ ପାଠ ପଢା ଉପରେ ବିଶେଷ ପ୍ରଭାବ ପଡିଛି। ଏବେ କୋଭିଡ ସ୍ଥିତି ଟିକେ ସୁଧାର ଅବସ୍ଥାକୁ ଆସିଛି।ଏହାରିମଧ୍ୟରେ ଅଗଷ୍ଟ ୧୪ରୁ ୧୬ ଭିତରେ +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ରହିଛି। ଅନ୍ୟପଟେ ଏଥର ୫୫ ହଜାରରୁ ଅଧିକ ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଛି। ଏହାସହ କେତେ ସିଟ ବଢ଼ିଲା ସାମ୍‌ସ ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।