ଆସିଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର,୧୯/୦୭: ଆଜି +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ତାଲିକା ଅନୁସାରେ ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କଳାରେ ୪୯ ହଜାର ୭୦ ଜଣ ଛାତ୍ରଛାତ୍ରୀ, ବାଣିଜ୍ୟରେ ୩ ହଜାର ୧୮୨ ଜଣ ଛାତ୍ରଛାତ୍ରୀ, ବିଜ୍ଞାନରେ ୧୬ ହଜାର ୯୨୭ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କାଲିଠାରୁ ୨୨ ଯାଏଁ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ସେହିପରି ବଳକା ସିଟ୍ ପାଇଁ ହେବ ସ୍ପଟ ସିଲେକ୍ସନ । ଏନେଇ ଆସନ୍ତା ୨୭ ତାରିଖରେ ପ୍ରକାଶ ପାଇବ ତାଲିକା । ୨୯ ତାରିଖକୁ ୩୧ ତାରିଖ ଯାଏଁ ହେବ ସ୍ପଟ ସିଲେକ୍ସନର ନାମଲେଖା ।