+୨ ନାମଲେଖା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୮/୫: ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟ ସମସ୍ତ ପରୀକ୍ଷା ବାତିଲ କରାଯାଇଛି। ସେହିପରି ମାଟ୍ରିକ ପରୀକ୍ଷା ମଧ୍ୟ ବାତିଲ ହୋଇଛି। କିନ୍ତୁ ମାଟ୍ରିକ ରେ ପଢ଼ୁଥିବା ପିଲା ପ୍ରବେଶିକା ପରୀକ୍ଷା ମାଧ୍ୟମରେ  +୨ ନାମଲେଖା ଚର୍ଚ୍ଚା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏଯାଏ କୌଣସି ତଥ୍ୟ ନାହିଁ । ଜୁନ ୩୦ରେ ମାଟ୍ରିକ୍ ଫଳ ପ୍ରକାଶ ପରେ ନାମଲେଖା କଥା ଜଣାପଡ଼ିବ । ରେଜଲ୍ଟକୁ ନେଇ କୋୖଣସି ଛାତ୍ରଛାତ୍ରୀ ଅସନ୍ତୋଷ ଥିଲେ ପୁଣି ପରୀକ୍ଷା ଦେଇପାରିବେ ବୋଲି ସେ କହିଛନ୍ତି।