ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତର ମୃତ୍ୟୁ

ନୂଆଦିଲ୍ଲୀ, ୩୧/୧୨: ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଚିନ୍ତା ବଢ଼ାଇଛି ଓମିକ୍ରନ। ଏହାରିମଧ୍ୟରେ  ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପିମ୍ପ୍ରିର ୫୨ ବର୍ଷୀୟ ବ୍ୟକ୍ତିଙ୍କ ନିକଟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଆଉ ସାମ୍ପୁଲ ପରୀକ୍ଷା ବେଳେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ।