ବଡ଼ ଖବର, ଜାନୁୟାରୀ ୩ରୁ ସାରା ରାଜ୍ୟରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ୱର, ୨୮/୧୨: ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ସବୁ ସ୍କୁଲ, କଲେଜ ବନ୍ଦ ଥିଲା। ଏବେ ସ୍ଥିତି ଟିକେ ସୁଧୁରିବା ପରେ ପର୍ଯ୍ୟାୟ କ୍ରମେ ସ୍କୁଲ ଓ କଲେଜ ଧୀରେ ଧୀରେ ଖୋଲୁଛି। ଏହାରିମଧ୍ୟରେ ଜାନୁୟାରୀ ୩ ତାରିଖରୁ ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବ। ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ସମେଟିଭ-୧ ପରୀକ୍ଷା ହେବାର ଅଛି,କେବଳ ସେହି ବିଦ୍ୟାଳୟ ଗୁଡ଼ିକୁ ୧୦ ଜାନୁୟାରୀ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି  ନିଆଯାଇଛି। ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଛନ୍ତି। ଏହାସହ ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ SOP ବିଭାଗ ଦ୍ଵାରା ସୂଚିତ କରାଯିବ ବୋଲି ସେ କହିଛନ୍ତି।